ସିବିଆଇର ନିର୍ଦ୍ଦେଶକ ଭାବେ ପ୍ରବୀଣ ସୁଦଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୧୪/୫: ପ୍ରବୀଣ ସୁଦଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିିଳିଛି । ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ ।  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଲୋକସଭାର ବିରୋଧୀଦଳ ନେତା ଅଧିର ରଂଜନ ଚୌଧୁରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ସିବିଆଇର ନିର୍ଦ୍ଦେଶକ ପଦ ପାଇଁ ୩ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ଚୟନ କରାଯାଇଥିଲା । ଏହାପରେ ଆଜି ପ୍ରବୀଣ ସୁଦଙ୍କ ନାମରେ ମୋହର ମାରିଛି କ୍ୟାବିନେଟ୍ ନିଯୁକ୍ତି କମିଟି ।