ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଆଉ କହିଲେ ବିଶ୍ୱ ଦେଖୁଛି ଭାରତର ସଫଳତା

ଭୁବନେଶ୍ୱର,୯/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ। ଧଉଳି ଶାନ୍ତିସ୍ତୁପ ବିଶ୍ବକୁ ବାର୍ତ୍ତା ଯେଇଥିଲା ଯେ, ମାନବ ସମାଜର ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି। ଭାରତୀୟ ପୃଥିବୀର ଯେଉଁଠାକୁ ଯାଆନ୍ତି, ସେଠାକାର ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି। ପୃଥିବୀର ଯେଉଁଠି ରହିଲେ ମଧ୍ୟ ଭାରତୀୟଙ୍କ ହୃଦୟ ସବୁବେଳେ ଭାରତ ପାଇଁ ହିଁ ସ୍ପନ୍ଦିତ ‌ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୧୦ ବର୍ଷରେ ଭାରତ ଅସଂଖ୍ୟ ଜନସାଧାରଣଙ୍କୁ ଦାରିଦ୍ର୍ୟ ରେଖାରୁ ଉପରକୁ ଆଣିଛି। ଭରତର ସଫଳତା ଆଜି ପୃଥିବୀ ଦେଖୁଛି। ମୁଁ ତୁମ ସମସ୍ତଙ୍କୁ ଭେଟିବା ପରେ ବହୁତ ଖୁସି ଅନୁଭବ କରେ। ମୁଁ ତୁମ ସମସ୍ତଙ୍କଠାରୁ ପାଇଥିବା ପ୍ରେମ ଏବଂ ଆଶୀର୍ବାଦକୁ ମୁଁ କେବେବି ଭୁଲି ନାହିଁ। ଆଜି ମୁଁ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଗତ ୧୦ ବର୍ଷ ମଧ୍ୟରେ, ମୁଁ ଅନେକ ବିଶ୍ୱ ନେତାଙ୍କୁ ଭେଟିଛି ଏବଂ ସେମାନେ ସମସ୍ତେ ନିଜ ନିଜ ଦେଶରେ ଥିବା ଭାରତୀୟ ଡାଏସପୋରାକୁ ପ୍ରଶଂସା କରନ୍ତି।

Leave a Reply

Your email address will not be published. Required fields are marked *