ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡି ଅଟକାଇଲେ ମମତା ସରକାର

ଭୁବନେଶ୍ୱର,୨୮/୧୧: ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଅଟକାଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି ପରେ ହିଁ ଆଳୁ ଟ୍ରକ୍ ଓଡ଼ିଶାରେ ପ୍ରବେଶ କରିବ ବୋଲି ଟ୍ରକ୍ ଡ୍ରାଇଭର କହିଛନ୍ତି । ଗତ ରାତି ଅଧରୁ ଆଳୁ ଟ୍ରକ୍ ଅଟକାଯିବା କାରଣ ସ୍ପଷ୍ଟ ହୋଇନାହିଁ । ଆଳୁଗାଡ଼ିଗୁଡିକୁ ପଶ୍ଚିମବଙ୍ଗ ପୁଲିସ ଜଗି ରହିଥିବା କୁହାଯାଉଛି। ଫଳରେ ଅନୁମତି ନ ପାଇ ବେଲଦା ନିକଟରେ ଶହଶହ ଆଳୁ ଟ୍ରକ ଅଟକି ରହିଛି। ପଶ୍ଚିମବଙ୍ଗ ଅଳୁ ଗାଡ଼ି ନ ଛାଡିଲେ ଓଡ଼ିଶାରେ ଆଳୁ ଦର ବଢିବାର ଆଶଙ୍କା ଉପୁଜୁଛି । ଏହା ସହିତ ରାଜ୍ୟରେଆଳୁ ସଙ୍କଟ ମଧ୍ୟ ଦେଖାଯିବାର ଆଶଙ୍କା କରାଯାଉଛି। ପଶ୍ଚିମବଙ୍ଗ ରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବା ନେଇ ସୂଚନା ମିଳିଛି ।