ଭୁବନେଶ୍ୱର,୨/୧୨: ବଜାରରେ ଏବେ ଆଳୁ ଦର ଆକାଶ ଛୁଆଁ । ୫୦ ଟଙ୍କାରେ ବିକ୍ରି ହେଉଥିବା ଶୁଣି ଆଜି ଯୋଗାଣ ବିଭାଗ ପକ୍ଷରୁ କଟକ- ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ରେଡ୍। ଏହା ପରେ ଆଳୁ ଦାମ ୪୦ ଟପିଲେ ଆକ୍ସନ ନିଆଯିବ ବୋଲି କୁହାଯାଇଛି। ଅସାଧୁ ବ୍ୟବସାୟୀଙ୍କୁ ସୋ-କଜ୍ ନୋଟିସ୍ ବି କରିଛି। ଏଣେ ୟୁପିରୁ ଆଳୁ ଟ୍ରକ୍ ପହଞ୍ଚିବା ପରେ ୪୦ରୁ ୪୫ ଟଙ୍କାକୁ ଖସିଛି ଦର।
ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ଭଳି ରାଜଧାନୀର ବିଭିନ୍ନ ହାଟରେ ବି ହୋଇଛି ଯୋଗାଣ ବିଭାଗର ରେଡ୍ । ୪ନମ୍ବର ମାର୍କେଟ୍ରେ ସପ୍ଲାଏ ଡିପାର୍ଟମେଣ୍ଟ ଅଧିକାରୀ, ବିନା ରେଟ୍ ଫଳକରେ ୫୦ ଟଙ୍କାରେ ଆଳୁ ବିକୁଥିବା ମୁନାଫାଖୋର ବ୍ୟବୟାସୀଙ୍କୁ ଖୋଜି ଖୋଜି ସୋ-କଜ୍ ନୋଟିସ୍ ଦେଇଛନ୍ତି।