ଭୁବନେଶ୍ୱର,୫/୧୨: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସାଂଘାତିକ ବୟାନ । କହିଲେ ସରକାରଙ୍କୁ ବଦନାମ କରିବାକୁ ରାଜ୍ୟରେ ଜାଣିଶୁଣି ଆଳୁର ଅଭାବ ସୃଷ୍ଟି କରାଯାଇଥିଲା । ମନୁଷ୍ୟକୃତ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଥମେ ଆଳୁ ଦେବାକୁ ମନା କଲେ । ଏବେ ପୁଣି ରାଜି ହେଲେ ଦେବାକୁ । କାହିଁକି ଏମିତି ରାଜନୀତି କଲେ ଜାଣି ପାରୁ ନାହାଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ଯଥେଷ୍ଟ ଆଳୁ ମହଜୁଦ ଅଛି ଆଗକୁ ଦର ଆହୁରି କମିବ ବୋଲି ମନ୍ତ୍ରୀ କହିଛନ୍ତି ।