ଭୁବନେଶ୍ୱର, ୨/୧୨: ଏବେ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଦିନକ ତଳେ ଆଳୁ କିଲୋ ୩୦ ଟଙ୍କା ଥିଲା, ଗୋଟିଏ ଦିନରେ ୨୦ ଟଙ୍କା ବଢିଗଲା । ଏବେ ଆଳୁ କେଜି ୫୦ ଟଙ୍କାରେ କିଣୁଛନ୍ତି ଲୋକେ । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି । ହୋଟେଲ ଠାରୁ ହାଣ୍ଡିଶାଳ ଯାଏଁ ପରିବା ମହଙ୍ଗା ମାଡ଼ ଦେକିବାକୁ ମିଳୁଛି । ସବୁଜ ପନିପରିବାରେ ହାତ ମାରି ହେଉନି । ସେପଟେ ବ୍ୟବସାୟୀମାନେ କହିବା କଥା ହେଲା କଲିକତାରୁ ଆଳୁ ଆସିବା ବନ୍ଦ ହେବା ନେଇ ଆଳୁ ଦର ବୁଦ୍ଧି ପାଇଛିା । କିନ୍ତୁ ଏହାରି ମଧ୍ୟରେ ଆଜି ଉତ୍ତରପ୍ରଦେଶରୁ ଆସିଲା ୩ ଶହ ଟ୍ରକ୍ ଆଳୁ । ଆଳୁ ଆସିବା ପରେ ଦରଦାମ ହ୍ରାସ ପାଇବା ନେଇ ଆଶା କରାଯାଉଛି।