ପିପିଲି ଉପନିର୍ବାଚନ ପାଇଁ ପହଞ୍ଚିଲା  ପୋଷ୍ଟାଲ ବାଲଟ

ଭୁବନେଶ୍ୱର, ୬/୪: ପୁରୀ ପିପିଲି ଉପନିର୍ବାଚନ ପାଇଁ  ପୋଷ୍ଟାଲ ବାଲଟ ପହଞ୍ଚିଛି। ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଆସିଛି ବାଲଟ । ପିପିଲିରେ ୮ ହଜାର ୨୧୨ ଜଣ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ୧୦୭୭ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେବାକୁ ସମ୍ମତି ଦେଇଛନ୍ତି। ୧୦୭୭ ଜଣରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ଅଛନ୍ତି । ୯୦୯ ଜଣ ବୟସ୍କ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ସମ୍ମତି ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଥିବାରୁ ସେଠାରେ ଉପନିର୍ବାଚନ ହେଉଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ।