ପର୍ଣ୍ଣ ଫିଲ୍ମ ଦେଖିବା ଏକ ବଡ଼ ପାପ: ପୋପ୍ ଫ୍ରାନ୍ସିସ

ନୂଆଦିଲ୍ଲୀ,୨୮/୧୦: ଖ୍ରୀଷ୍ଟ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ ରୋମରେ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ବେଳେ କହିଛନ୍ତି, ପର୍ଣ୍ଣ ଫିଲ୍ମ ବା ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା  ଏକ ବଡ଼ ପାପ, ଯାହା ସାଧାରଣ ମହିଳା ଓ ପୁରୁଷଙ୍କ ସମେତ ପାଦ୍ରୀ ଏବଂ ନନମାନେ ବି କରୁଛନ୍ତି । ତାଙ୍କରଏହି ବୟାନ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଧର୍ମ ପାଇଁ ଜୀବନ ଉତ୍ସର୍ଗ କରୁଥିବା ଖ୍ରୀଷ୍ଟିଆନ୍ ପାଦ୍ରୀ ଓ ନନମାନେ ବି ପର୍ଣ୍ଣ ଫିଲ୍ମ ବା ଅଶ୍ଳୀଳ ଚଳଚ୍ଚିତ୍ର ଦେଖନ୍ତି । ବର୍ତମାନ ମୋବାଇଲ୍, କମ୍ପ୍ୟୁଟର ଓ ସୋସିଆଲ ମିଡିଆର ଯୁଗ । ଡିଜିଟାଲ୍ ଟୁଲ୍ ଗୁଡିକୁ ଆମେ ଭଲ କାମରେ ଲଗାଇବା ଉଚିତ୍ । ପର୍ଣ୍ଣୋଗ୍ରାଫି ଏକ ରୋଗ ଯାହାକି ପାଦ୍ରୀ ଏବଂ ନନ୍ମାନଙ୍କୁ ନିଜ ଜାଲରେ ଫସାଇସାରିଛି ।