ଆରପାରିରେ ପୋପ୍‌ ଫ୍ରାନସିସ୍‌, ମୃତ୍ୟୁ ବେଳକୁ ହୋଇଥିଲା ୮୮ ବର୍ଷ

ନୂଆଦିଲ୍ଲୀ,୨୧/୦୪: ଆରପାରିରେ ପୋପ୍‌ ଫ୍ରାନସିସ୍‌ । ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍‌ସିସ୍ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ଉଭୟ ଫୁସଫୁସ୍ ସଂକ୍ରମିତ ମଧ୍ୟ ହୋଇଥିଲା । ନିମୋନିଆରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପୋପ୍ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଭେଟିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଥିଲେ ପୋପ୍‌ ।

Leave a Reply

Your email address will not be published. Required fields are marked *