ଏଣିକି ସମଳେଇ ମନ୍ଦିରକୁ ନେଇପାରିବେନି ପଲିଥିନ

ଭୁବନେଶ୍ୱର,୨୩/୦୩: ସମଲେଇ ମନ୍ଦିରରେ ପଲିଥିନ ବ୍ୟାନ । ପଲିଥିନ୍‌ ନେଇ ଶ୍ରଦ୍ଧାଳୁ କିମ୍ବା କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପାରିବେନି ବୋଲି କହିଛି ମନ୍ଦିର ପ୍ରଶାସନ । ମନ୍ଦିରରେ ପ୍ରଦୂଷଣ ରୋକିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଭୋଗ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଯେମିତି ଶ୍ରଦ୍ଧାଳୁଙ୍କୁ ପଲିଥିନ୍‌ ନଦେବେ ସେନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଚେତନ କରାଯାଇଛି । ଏନେଇ ସିକ୍ୟୁରିଟି ଗାର୍ଡ ମଧ୍ୟ ପଲିଥିନ୍‌ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବାରଣ କରିବେ । ପୂର୍ବରୁ ଗୁଟଖା ଓ ମାଦକ ଦ୍ରବ୍ୟ ଉପରେ କଟକଣା ଲଗାଇଥିଲା ମନ୍ଦିର ଟ୍ରଷ୍ଟ ।

Leave a Reply

Your email address will not be published. Required fields are marked *