ପୋଲିସ ସହିଦ ସ୍ମୃତି ଦିବସ ପାଳନ

ଭୁବନେଶ୍ୱର, ୨୧/୧୦(ଦି ପ୍ରଗତି ନ୍ୟୁଜ): ରାଜ୍ୟ ପୋଲିସ ପକ୍ଷରୁ ଆଜି ୬୧ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ ହୋଇଛି।କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ହେଉଛି ପାଳନ କରାଯାଉଛି। କରୋନାରେ ସହିଦ ହୋଇଥିବା ୪୧ଜଣ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୋଲିସ ଡିଜି ଅଭୟ।  କରୋନାରେ ସହିଦ ହୋଇଥିବା ପୋଲିସଙ୍କୁ ବି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୋଲିସ ଡିଜି।

କୋରୋନାରେ ସହିଦ ପୋଲିସଙ୍କ ପରିବାରକୁ ଦରମା ଦିଆଯାଇଛି। ସ୍ବତନ୍ତ୍ର ଅବସର ଯୋଜନାରେ ଏହି ଦରମା ଦିଆ ଯାଇଛି। ଡିଜି କହିଛନ୍ତି ରାଜ୍ୟରେ ମାଓ ଆକ୍ରମଣରେ ସହିଦ ହୋଇଥିବା ପୋଲିସଙ୍କ ସଂଖ୍ୟା କମିଛି।