ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ

ଭୁବନେଶ୍ୱର, ୧୪/୦୬: ଜୁଲାଇ ପହିଲାରୁ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟେଇ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା ।କୋଡ ଅଫ୍ କ୍ରିମିନାଲ ପେୟାସିଜିଅର ପରିବର୍ତେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତେ ଲାଗୁ ହେବ ଭାରତୀୟ ସାକ୍ଷ୍ୟ । କ୍ରାଇମବ୍ରାଞ୍ଚ ଆଡିସନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଦ୍ୟ ଗଠନ କରାଯାଇଛି । କେନ୍ଦ୍ର ଗୃ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି ।