ପୋଲିସ-ମାଓ ମୁହାଁମୁହିଁ, ମାଓ କ୍ୟାଡର ମୃତ

ଭୁବନେଶ୍ୱର,୨୪/୧୧: ବଲାଙ୍ଗୀରରେ ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ମାଓବାଦୀ । ତେବେ ଏହି ଘଟଣାରେ ଜଣେ ମାଓ କ୍ୟାଡ଼ରର ମୃତ୍ୟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହା ପରେ ଘଟଣା ସ୍ଥଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଥାଉକି, ହରିଶଙ୍କରରେ ମାଓ ଗତିବିଧି ନେଇ ମିଳିଥିଲା ସୂଚନା । ଫଳରେ ଏହାର ଫାଇଦା ନେଇ ପୋଲିସ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ମାଓବାଦୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବରେ ମାଓବାଦୀ ବି ପାଲଟା ଗୁଳିମାଡ କରିଛନ୍ତି । ଏବେ ମଧ୍ୟ ସେଠାରେ ଗୁଳିବିନିମୟ ଲାଗି ରହିଛି ।