ବଢ଼ିଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା, ଜାଣନ୍ତୁ କେତେ ?

ଭୁବନେଶ୍ୱର,୨୫/୦୪: ରାଜ୍ୟ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । କନଷ୍ଟେବଳଙ୍କଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇଗୁଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କାକୁ ବଢ଼ାଇଛନ୍ତି । SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି । ସେହିପରି ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ବାର୍ଷିକ ପୋଷାକ ଭତ୍ତା ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହାବ୍ୟତୀତ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ପୋଷାକ ଭତ୍ତା ୫ ହଜାର ୯୦୦ ଟଙ୍କାରୁ ୧୧ ହଜାର ୮୦୦ ଟଙ୍କାକୁ ବୃଦ୍ଧି ପାଇଛି । କନଷ୍ଟେବଳ, ସିପାହୀଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବଢ଼ିଥିବାବେଳେ ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *