ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି, ୧୪/୧୨: ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ପହଞ୍ଚିଛନ୍ତି ଡିଜିପି ଅଭୟ । କାଲିର ଏନକାଉଣ୍ଟର ପରେ ଯବାନଙ୍କ ମନୋବଳ ବଢାଇବେ ଅଭୟ ।ଉଲ୍ଲେଖ ଯୋଗ୍ୟ ଯେ ସିଙ୍ଗାରାମ ଜଙ୍ଗଲରେ ୨ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଯବାନ ।