ଗାଙ୍ଗଷ୍ଟର ହାଇଦର ଗିରଫ ନେଇ କଣ କହିଲେ ପୋଲିସ କମିଶନର

ଭୁବନେଶ୍ୱର, ୧୬/୪: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କଟକ ପୋଲିସକୁ ପ୍ରଶଂସା କରିିିଛନ୍ତି। ୧୨୦ଘଣ୍ଟାର ଅପରେସନ ପରେ ଗତକାଲି ତେଲେଙ୍ଗାନାରୁ ତାକୁ ଗିରଫ କରାଯାଇଛି । ହାଇଦର ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଥିଲା ।

ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସକୁ ଖବର ମିଳିଥିଲା । ମହାରାଷ୍ଟ୍ର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ମଧ୍ୟ ପୋଲିସର ତଦନ୍ତ କରିଥିଲେ । ହାଇଦରକୁ ଧରିବା ପାଇଁ ତାର ପୁରୁଣା ସହଯୋଗୀଙ୍କୁ ଯୋଗାଯୋଗ କରିଯାଇଥିଲା ।୧୧ ତାରିଖରେ ଆନ୍ଧ୍ର ତେଲେଙ୍ଗାନା ଯିବାର ସୂଚନା ମିଳିଥିଲା । ତେଣୁ ୨ଟି ଟିମ୍ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ । ଟେକ୍ନିକାଲ ୱେ’ରେ ପୋଲିସ ଧରିବାରେ ସଫଳ । ତାପରେ ତାର କଣ୍ଟାକ୍ଟ ଟ୍ରେସ୍ କରି ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡିରେ ହାଇଦର ଫେରାର ନେଇ ସୂଚନା ମିଳିଥିଲା । ଏହାପରେ ପୋଲିିସ ତାକୁ ଧରିିି ବାରେ ସକ୍ଷମ ହୋଇଥିଲା।