୩ ଦିନ ପରେ ଦୁଷ୍କର୍ମୀକୁ ଗିରଫ କଲା ପୋଲିସ

ପୁରୀ, ୨୬/୧: ପୁରୀ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ଘଟଣାରେ ଫେରାର ଅଭିଯୁକ୍ତ ମହେଶ ମହାନ୍ତିକୁ ୩ ଦିନ ପରେ ଗିରଫ କରିଛି ପୁରୀ ପୋଲିସ। ସୂଚନାଯୋଗ୍ୟ ଯେ ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ। ମହେଶର ଗିରଫଦାରୀ ନେଇ ପୁରୀ ଏସପି ବିଶାଳ ସିଂହ ସୂଚନା ଦେଇଛନ୍ତି।