ନିଆଳିରୁ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରକୁ ଯିବ ପୋଢୁଅଁ ଭାର

ଭୁବନେଶ୍ୱର,୪/୧୨: ନିଆଳିରୁ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରକୁ ଯିବ ପୋଢୁଅଁ ଭାର । ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀଭାର । ଏବେ ପୂଜାର୍ଚ୍ଚନା ଚାଲିଛି । ଅଳ୍ପ ସମୟ ମଧ୍ୟରେ ପୋଢୁଅଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୋଢୁଆଁ ହୋଇ ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ଲାଗିହେବ ସ୍ୱତନ୍ତ୍ର ଭୋଗ ।