ପିଏମଜିକେଏୱାଇ ଯୋଜନା ଅବଧି ଆହୁରି ୫ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,୨୯/୧୧: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ ଯୋଜନା ଅବଧିକୁ ଆହୁରି ୫ ବର୍ଷ ବଢାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୪ ଜାନୁୟାରୀରୁ ଆସନ୍ତା ୫ ବର୍ଷ ଯାଏଁ ପିଏମଜିକେଏୱାଇ ଯୋଜନାରେ ଗରିବ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯିବ । ପ୍ରତି ମାସରେ ହିତାଧିକାରୀ ମାଗଣାରେ ୫ କିଲୋ ଖାଦ୍ୟ ସାମଗ୍ରୀ ପାଇବେ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ୩୧ ଡିସେମ୍ବର ୨୦୨୩ରେ ଶେଷ ହୋଇଥାନ୍ତା । ଏବେ କିନ୍ତୁ ୨୦୨୮ ଯାଏଁ ଏହି ଯୋଜନାର ଲାଭ ପାଇବେ ହିତାଧିକାରୀ । ୨୦୨୦ ମସିହା କରୋନା କାଳରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।