ପିଏମ ସୂର୍ଯ୍ୟଘର ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର,୨୯/୦୨: ପିଏମ ସୂର୍ଯ୍ୟଘର ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହି ଯୋଜନା ଅଧିନିରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୧୩ରେ ମୋଦୀ ଏହି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ ବାର୍ଷିକ ୧୫ହଜହ ଟଙ୍କା ସଂଚୟ ହେବ । ଯୋଜନାରେ ପ୍ରତ୍ୟକ ପରିବାର ପାଇଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ଛାତ ଉପରେ ସୋଲାର ପ୍ୟାନେଲ ମିଳିବ । ଯାହାର ମୂଲ୍ୟ ଏକ ଲକ୍ଷ ୪୫ହଜାର ରହିଛି । ଏକ କିଲୋୱାଟ ପାଇଁ ୩୦ହଜାର, ୨ କିଲୋୱାଟ ପାଇଁ ୬୦ହଜାର ଓ ୩ କିଲୋୱାଟ ପାଇଁ ୮୦ହଜାର ଟଙ୍କାର ସବସିଡି ଦେବେ ସରକାର ।