ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧/୨: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ହେଉଛି ଅର୍ଥମନ୍ତ୍ରୀ ସୀତାରମଣଙ୍କ ଚତୁର୍ଥ ବଜେଟ୍ ।ଏହି ବଜେଟକୁ ସ୍ୱାଗତ କରିବା ସହ ସାଧାରଣ ଲୋକଙ୍କ ପାଇଁ ଏଭଳି ଏକ ବଜେଟ ଆଣିଥିବାରୁ ଅର୍ଥମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ବଜେଟ ଗରିବ କଲ୍ୟାଣକାରୀ, ଅଧିକ ନିବେଶ, ଅଧିକ ଅଭିବୃଦ୍ଧି, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ହେବ ଏହି ବଜେଟ । ବଜେଟ ତତ୍କାଳ ଆବଶ୍ୟକତାକୁ ସମାଧାନ କରିବାର କ୍ଷମତା ବହନ କରୁଛି। ଏହାସହ ଏମଏସପି ବାବଦକୁ ଚାଷୀଙ୍କୁ ୨.୨୫ ଲକ୍ଷ କୋଟି ଟଙ୍କା ଦିଆଯିବ । ଯାହା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବ । ଏହାଛଡା ଅନେକ ନୂଆ ଯୋଜନା ଅଣାଯାଇଛି ଯାହାଦ୍ୱାରା କେବଳ ବିକାଶ ନୁହେଁ ବରଂ ଯୁବବର୍ଗଙ୍କୁ ବେଶ ସୁହାଇବ ।