ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୨୩/୯: ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୱାଶିଂଟନ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିିିଛନ୍ତି ବରିଷ୍ଠ ଅଧିକାରୀ। ଆଜି USA ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ ମୋଦି।  ବିଡେନ ଡକାଇଥିବା କୋଭିଡ-୧୯ ସମ୍ମିଳନୀରେ ମୋଦି ଯୋଗଦେବେ। ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ  ସେ ବିଡେନଙ୍କୁ ଭେଟିବେ । ସୂଚନାଯୋଗ୍ୟ ଯେ ଆମେରିକୀୟ କମ୍ପାନିର CEO ମାନଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୪ରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେଉଥିବା ବୈଠକରେ ସେ ଯୋଗଦେବେ।