ଆଜି ୭୧ ହଜାର ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୦/୧: ଆଜି ୭୧ ହଜାର ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶରେ ୪୫ଟି ସ୍ଥାନରେ ଏହି ନିଯୁକ୍ତିପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱରରେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଏମାନଙ୍କୁ ନିଯୁକ୍ତି ମିଳିବ । ଏକ ବର୍ଷରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାର ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ମେଳାର ଆୟୋଜନ କରାଯାଉଛି ।