ମହିଳାଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ

ନୂଆଦିଲ୍ଲୀ,୦୮/୦୩: ମହିଳାଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନିଆ ଗୁଜୁରାଟ ଗସ୍ତରେ ଥିବା ବେଳେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସେ ଲକ୍ଷପତି ଦିଦି ସମାରୋହରେ ଯୋଗଦେବେ । ଆଉ ମହିଳାଙ୍କ ପାଇଁ କିଛି ବଡ ଘୋଷଣା କରିବାର ଯୋଜନା ରହିଛି । ମୋଦୀଙ୍କ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଆଜି ସମ୍ପୂର୍ଣ୍ଣ ଦାୟିତ୍ବ ମହିଳା ପୋଲିସଙ୍କ ହାତରେ ରହିବ । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଯାଏଁ ସବୁ ସୁରକ୍ଷା ବ୍ୟବସ୍ଥାକୁ ମହିଳା ମାନେ ହିଁ ପରିଚାଳନା କରିବେ । ଆଜି ବିଶ୍ବ ମହିଳା ଦିବସ ଥିବାରୁ ଏପରି ଏକ ନିଆରା ପଦକ୍ଷେପ ନେଇ ମହିଳାଙ୍କୁ ସମ୍ମାନ ଦେଇଛି ଗୁଜୁରାଟ ପୋଲିସ । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳାମାନେ ରହିବା ଏହା ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି । ଯାହା ମହିଳାମାନଙ୍କୁ ମହିଳା ଦିବସରେ ଶ୍ରେଷ୍ଠ ସମ୍ମାନ ।

Leave a Reply

Your email address will not be published. Required fields are marked *