ଆସନ୍ତା ୧୬ରେ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖରେ ବିଦେଶ ଗସ୍ତ କରିବେ। ୧୬ରୁ ୨୧ ତାରିଖ ପର୍ୟ୍ୟନ୍ତ ୬ ଦିନିଆ ନାଇଜେରିଆ, ବ୍ରାଜିଲ୍ ଓ ଗୁଏନା ଗସ୍ତରେ ଯିବେ । ପ୍ରଥମେ ସେ ୧୬ ଓ ୧୭ ତାରିଖ ନାଇଜେରିଆ ଗସ୍ତରେ ଯିବେ। ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ମୋଦୀ ଏହି ଗସ୍ତ କରୁଛନ୍ତି । ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାଇଜେରିଆ ଗସ୍ତ । ଏହାପରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮-୧୯ରେ ବ୍ରାଜିଲ ଗସ୍ତରେ ରହିବେ । ଏହା ପରେ ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ ।

Leave a Reply

Your email address will not be published. Required fields are marked *