ଆସନ୍ତା ୨୯ରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୭/୧୦: ଆସନ୍ତା ୨୯ରେ ଆୟୁର୍ବେଦିକ ଦିବସ ବା ଧ୍ୱନ୍ୱନ୍ତରୀ ଦିବସରେ ଆୟୁଷ୍ମାନ ଯୋଜନାର ହେବ ଶୁଭାରମ୍ଭ । ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି ।

ସେପଟେ ୨୯ ତାରିଖ ଆୟୁର୍ବେଦିକ ଦିବସରେ ଭୁବନେଶ୍ୱର ଜଟଣୀରେ ଉଦଘାଟନ ହେବ ଆୟୁର୍ବେଦ ଓ ନେଚରପାଥିର ବଡ଼ ହସ୍ପିଟାଲ । ୨୧ ଏକର ଜାଗାରେ ହେବ ଏହି ହସ୍ପିଟାଲ । ଗୋଠ ପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦ୍ଘାଟନ ହେବ । ସେହିପରି ରାଜ୍ୟର ଓ ସାରାଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।

Leave a Reply

Your email address will not be published. Required fields are marked *