୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୯:  ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ବର ଏକ ଅଗ୍ରଣୀ ଦେଶ । ଦେଶରେ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିସନ ଆରମ୍ଭ ହୋଇଥିଲା । ଆମେ ଏଠାରେ ନ ଅଟକି, କ୍ବାଣ୍ଟମ କମ୍ପ୍ୟୁଟି କ୍ଷେତ୍ରରେ ବି ଦେଶ କମ କରୁଛି । ଏ କ୍ଷେତ୍ରରେ ନ୍ୟାସନାଲ କ୍ବାଣ୍ଟମ କମ୍ପ୍ୟୁଟିଂ ମିସନ ସହାୟକ ହେବ । ଟେକନଲୋଜୀ କ୍ଷେତ୍ରରେ ଦେଶର ବିକାଶ ଦେଶର ସାଧାରଣ ଲୋକଙ୍କ ବିକାଶକୁ ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *