ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୧୭/୦୮: ଇରାନ୍ ଇଜ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗାଜାରେ ଯୁଦ୍ଧ ସ୍ଥିତିରେ ସୁଧାର ଆଣିବା ସହ ଜାରି ରହିଥିବା ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ଆଲୋଚନା କରିଛନ୍ତି ।ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଆମେ ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କରିଛୁ । ସ୍ଥିତି ସୁଧାରିବା ସହ ଯୁଦ୍ଧା ବିରାମ ପାଇଁ ଆହ୍ୱାନ୍ ଦେଇଛି । ଏହ ସହ ବନ୍ଧକ ଥିବା ଲୋକଙ୍କୁ ତୁରନ୍ତ ମୁକାଳିବା ପାଇଁ ମଧ୍ୟ ଆଲୋଚନା କରିଛୁ । ଆଶା କରୁଛୁ କି ଖୁବଶୀଘ୍ର ଯୁଦ୍ଧ ବିରାମ୍ ଘଟିବ ।