ବାରାଣାସୀରୁ ପିଏମ କିଷାନ ଟଙ୍କା ବଂଟନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୮/୦୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଂଟନର ଶୁଭାରମ୍ଭ କରିଛନ୍ତି । ବରଗଡରେ ରାଜ୍ୟ ସରକାର ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି । ଏଥିପାଇଁ ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଗାନ୍ଧୀ ଛକରୁ ଏକ ବିଶାଳ ରୋଡ୍ ସୋ କରିଛନ୍ତି। ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ପଠାଯାଇଛି । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଇଛି ।ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ୱ ନେବା ପରେ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବା ପରେ ଚାଷୀଙ୍କ କଥାକୁ ପ୍ରାଥମିକତା ଦେଇଛନ୍ତି ସରକାର ।