ପ୍ରାୟ ୪୫ ଘଂଟା ଧରି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୩୧/୦୫: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରିବା ପରେ କନ୍ୟାକୁମାରୀରେ ପହଁଚି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରାୟ ୪୫ ଘଂଟା ଧରି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିବେ । ଗୁରୁବାର ମଧ୍ୟ ରାତ୍ରିରୁ ଧ୍ୟାନରେ ବସିଥିବାବେଳେ ଶନିବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିବେ । ଧ୍ୟାନରେ ବସିବା ସମୟରେ ମୋଦୀ କେବଳ ତରଳ ଖାଦ୍ୟ ଖାଇବେ । ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଚାର ଶେଷ ହେବାର ଘଂଟାକ ପୂର୍ବରୁ ଥିରୁଅନନ୍ତପୁରମ୍ରେ ପହଁଚିଥିଲେ ମୋଦୀ । ପ୍ରଥମେ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଧଳା ରଙ୍ଗର ଧୋତି ଓ ସାଲ ପରିଧାନ କରି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ ।