ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି,କାଳି ଲଗା ଆଙ୍ଗୁଠି ଦେଖାଇ ମତ ସାବ୍ୟସ୍ତ କରିବାକୁ ଦେଶବାସୀକୁ ଅପିଲ କଲେ

ନୂଆଦିଲ୍ଲୀ,୦୭/୦୫: ଆଜି ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳୁ ସକାଳୁ କଡା ସୁରକ୍ଷା ବଳୟ ଭିତରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ସେ ମତ ସାବ୍ୟସ୍ତ କରିଛନ୍ତି  । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଭୋଟ୍ ଦେବା ସହ ସେଠାରେ ଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଛନ୍ତି । ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।