ରାଷ୍ଟ୍ରୀୟ ପରିଷଦ ବୈଠକରେ ଦଳୀୟ ନେତାଙ୍କୁ ବିଜୟର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮/୦୨: ରାଷ୍ଟ୍ରୀୟ ପରିଷଦ ବୈଠକରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ । ସେ ଅଭିଭାଷଣ ରଖି ଦଳୀୟ ନେତାଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି  । କହିଛନ୍ତି ବିକଶିତ ଭାରତ ବିଜେପିର ଲକ୍ଷ୍ୟ । ଏଠି ଛୋଟ ସ୍ୱପ୍ନର ସ୍ଥାନ ନାହିଁ । ସମସ୍ତଙ୍କ ବିଶ୍ୱାସ ଜିତିବା ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ । ସବୁ କ୍ଷେତ୍ରରେ ବିକାଶ ହେଉଛି । ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ସେହି ବିକାଶର ବାର୍ତ୍ତା ନେଇ ସବୁ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେବ । ବିଜେପିକୁ ଜୋରଦାର ପ୍ରତ୍ୟାବର୍ତ୍ତନ ଦରକାର । ବିଶେଷ କର ଯୁବ ଭୋଟରଙ୍କ ପାଖରେ ପହଞ୍ଚିବା ହେବ ବୋଲି ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।୨୦୨୪ ନିର୍ବାଚନରେ ଦଳ କେମିତି ବିଜୟୀ ହେବ, ୪୦୦ ଆସନ ଛୁଇଁବ, ସେ ସମ୍ପର୍କରେ ଦଳୀୟ ନେତାଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ସେ କହିଛନ୍ତି ଆଗାମୀ ଶହେ ଦିନ ଦଳୀୟ ନେତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ସାରାଦେଶରୁ ପାଖାପାଖି ୧୧ ହଜାର ନେତା ଓ ବରିଷ୍ଠ କର୍ମକର୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହୋଇଛନ୍ତି ।