ଭୁବନେଶ୍ୱର,୩୧/୦୧: ଫେବୃଆରୀ ୩ରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ବସନ୍ତପୁର ସ୍ଥିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଭିସି ଜରିଆରେ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏହି ସମାବେଶର ନାଁ ‘ବିଶାଳ ଗ୍ୟାରେଂଟି ସମାବେଶ’ ବୋଲି ନାମକରଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସମ୍ବଲପୁର ବିଜେପି ପକ୍ଷରୁ ସୂଚନା ଦିଆଯିବା ସହିତ ଭଏସ ମେସେଜ, ଗୀତ ଏବଂ ଭିଡିଓ ବାର୍ତାର ରିଲିଜ କରାଯାଇଛି ।