ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ, ବୋର୍ଡ ପରକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୯/୦୨୧: ଆଜି ନୂଆଦିଲ୍ଲୀ ସ୍ଥିତ ଆଇଟିପିଓ, ଭାରତ ମଣ୍ଡପମ୍ ଠାରେ ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଉ ଏହି କାର୍ଯ୍ୟକ୍ରମରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷା ବିଷୟରେ ଆଲୋଚନା କରିଛନ୍ତି । ସେ ପିଲାମାନଙ୍କୁ ରିଲ୍ସ ଦେଖିବାରେ ସମୟ ନଷ୍ଟ ନକରିବାକୁ କହିଛନ୍ତି । ସେ ପିଲାମାନଙ୍କୁ ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ନେବାକୁ କହିଥିଲେ । ସେମାନେ ସେମାନଙ୍କର ପାଠପଢାରେ ଧ୍ୟାନ ଦେବା ଉଚିତ୍ । ଏହି ବୟସରେ ଖାଦ୍ୟ ଏବଂ ଶୋଇବାରେ ସନ୍ତୁଳନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ମୋବାଇଲ୍ ଫୋନ୍ ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନେକ କଥା କହିଛନ୍ତି ।

ମୋଦୀ କହିଛନ୍ତି ଯେ ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ଦେଖିଥାନ୍ତି । ପିଲାମାନଙ୍କୁ ମୋବାଇଲ୍ ଦେଖିବାର ଏକ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରିବାକୁ ସେ କହିଛନ୍ତି । ସେ କହିଛନ୍ତି ଯେ ଏହା ଯେପରି ମୋବାଇଲ୍ ରିଚାର୍ଜ କରିବାକୁ ପଡିଥାଏ ସେହିଭଳି, ଏହି ଶରୀରକୁ ମଧ୍ୟ ରିଚାର୍ଜ କରାଯିବା ଉଚିତ୍ । ଏହା ହେଉଛି ଶରୀରର ଆବଶ୍ୟକତା । ସେ ପିଲାମାନଙ୍କୁ କହିଥିଲେ ଯେ ଯଦି ସେମାନଙ୍କୁ ପାଠ ପଢିବାକୁ ପଡ଼େ ତା ନୁହେଁ ଯେ ତୁମେ ଦିନସାରା ଖାଲି ପାଠ ପଢିବ । ଏମିତି ହେବା ଠିକ ନୁହେଁ । ଯଦି ତୁମକୁ ଖେଳିବାର ଅଛି ତା ଅର୍ଥ ନୁହେଁ ଯେ ତୁମେ ଦିନସାରା ଖେଳିବ ।