ଅରିଚଲ୍‌ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ଏଠାରେ ରାମସେତୁ ଆରମ୍ଭ ହୋଇଥିବା ନେଇ ରହିଛି ବିଶ୍ୱାସ

ନୂଆଦିଲ୍ଲୀ,୨୧/୦୧: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରଖିଥିବା ୧୧ଦିନିଆ ବ୍ରତର ଅଂଶବିଶେଷ ଭାବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଧନୁଷକୋଡ଼ୀ ଅନ୍ତର୍ଗତ ଅରିଚଲ୍‌ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।ସୂଚନାଯୋଗ୍ୟ, ଏହି ସ୍ଥାନରୁ ରାମ ସେତୁ ଆରମ୍ଭ ହୋଇଥିଲା ବୋଲି ଲୋକବିଶ୍ବାସ ରହିଆସିଛି।

ସୂଚନାଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିଚୀ ଅନ୍ତର୍ଗତ ଶ୍ରୀରଙ୍ଗମସ୍ଥିତ ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର ଦର୍ଶନ କରିଥିଲେ। ରାମାୟଣ ସହିତ ଜଡ଼ିତ ଏହି ପ୍ରାଚୀନ ମନ୍ଦିରରେ ପ୍ରଧାନମନ୍ତ୍ରୀ ପଣ୍ଡିତମାନେ ପାଠ କରୁଥିବା ‘କମ୍ବ’ ରାମାୟଣ ଶୁଣିଥିଲେ।