ଆବାସ ଯୋଜନାର ଏକ ସୋସାଇଟ ଉଦଘାଟନ ବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯/୦୧: ଆବାସ ଯୋଜନାର ଏକ ସୋସାଇଟିକୁ ଉଦଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଇ ଭାବ ବିହ୍ଵଳ ହୋଇ କାନ୍ଦ କାନ୍ଦ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି  ।ମହାରାଷ୍ଟ୍ରର ସୋଲାପୁରରେ ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତ କୋଠାକୁ ଉଦଘାଟନ କରିଛନ୍ତି ମୋଦୀ ।  କୋହ ଭରା କଣ୍ଠରେ ଏହି କୋଠାକୁ ଦେଖିଲେ ତାଙ୍କ ମନକୁ ଶାନ୍ତି ମିଳୁଛି ବୋଲି କହିଛନ୍ତି। ଆଉ ଏହି ଘରେ ଆସନ୍ତା ୨୨ ତାରିଖ ସଂଧ୍ୟାରେ ରାମ ଜ୍ୟୋତି ଜାଳିବା ସହ ମୋବାଇଲ ଫୋନ ଫ୍ଲାସ ଲାଇଟ୍ ଅନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।