ବିରୋଧୀ ଦଳ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ,୪/୧୨: ବିରୋଧୀ ଦଳ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ । ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ବାହାର କରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ ଦେଇଛନ୍ତି। ଆଜି ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ସାମ୍ବାଦିକ ସମ୍ମିଳନୀ କରି କହିଲେ ଯେ, ବିରୋଧୀ ନେତାମାନେ ପରାଜୟରୁ ଶିକ୍ଷା ପାଇଥିବେ। ତେଣୁ, ସେମାନେ ନକାରାତ୍ମକତା ବନ୍ଦ କରିବା ଆବଶ୍ୟକ। ଏହାସହ ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ଆଧାର କରି ମୁଁ କହୁଛି, ବିରୋଧୀ ଦଳରେ ବସିଥିବା ସଦସ୍ୟମାନଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ।

ସେ ଆହୁରି ମଧ୍ୟ କହିଛନ୍ତି, ଗୃହରେ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରି ଆସୁଛି। ଆଜି ମୁଁ ମଧ୍ୟ ରାଜନୀତିକ ଭାବେ କହୁଛି, ଦେଶ ପ୍ରତି ସକାରାତ୍ମକ ବାର୍ତ୍ତା ଦେଲେ ଆପଣମାନଙ୍କ ପାଇଁ ବି ହିତକର ହେବ। ଆପଣମାନଙ୍କର ଭାବମୂର୍ତ୍ତି ଘୃଣ୍ୟ ଓ ନକରାତ୍ମକ ହେବା ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ନୁହେଁ। ଗଣତନ୍ତ୍ର ଲାଗି ବିରୋଧୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ, ସେମାନଙ୍କର ସମପରିମାଣର ସାମର୍ଥ୍ୟ ରହିବା ଉଚିତ। ୪ଟି ରାଜ୍ୟ ବିଧାନସଭାର ଫଳାଫଳ ଉତ୍ସାହଜନକ ବୋଲି ସେ କହିଛନ୍ତି।