ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩/୦୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍‌ସ୍‌ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ ‘ବାଷ୍ଟିଲ୍‌ ଡେ’ ପରେଡ୍‌’ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ପରେଡ୍‌ରେ ଭାରତର ୩-ସେନା କଣ୍ଟିଜେଣ୍ଟ୍‌ର ୨୬୯ଜଣ ଯବାନ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଫରାସୀ ଜେଟ୍‌ ସହିତ ଭାରତୀୟ ବାୟୁସେନାର ୩ଟି ରାଫେଲ୍‌ ଫାଇଟର୍‌ ଜେଟ୍‌ ମଧ୍ୟ ଯୋଗ ଦେଇ ‘ଫ୍ଲାଏପାଷ୍ଟ୍‌’ କରିବେ। ଏହି ଗସ୍ତ ସମ୍ପର୍କରେ ଆଜି ପ୍ରତ୍ୟୁଷରେ ‘ଟୁଇଟ୍‌’ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ୟାରିସ୍‌ ଯାଉଛି। ସେଠାରେ ମୁଁ ‘ବାଷ୍ଟିଲ୍‌ ଡେ’ ସେଲିବ୍ରେସନ୍‌’ରେ ଭାଗ ନେବି। ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଓ ଅନ୍ୟାନ୍ୟ ଫରାସୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା କରୁଛି।