ଘଟଣାସ୍ଥଳରେ ପହଁଚି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩/୦୬: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବଗତ କରାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମେଡିକାଲ ଯାଇଛନ୍ତି। ସେଠାରେ ସେ ଆହତଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ କଟକ ଆସି ସେଠାରେ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରିରହିଛି ।