୧୬ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୯/୧୧: ୧୬ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେଶରେ ୨ଟି ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକା ହୋଇସାରିଛି। ଭାରତର ଟ୍ୟାକ୍ସ ସିଷ୍ଟମ ବିଶ୍ବରେ ସବୁଠୁ ଆଗରେ ଓ ଭାରତର ଗଣତନ୍ତ୍ର ସବୁଠୁ ମଜଭୁତ ବୋଲି ସେ କହିଛନ୍ତି। ଏହାସହ ପ୍ରବାସୀ ଭାରତୀୟମାନେ ନିଜ କର୍ତ୍ତବ୍ୟ କରିଛନ୍ତି । ଭାରତ ବିରୋଧରେ ସବୁ ଆଶଙ୍କା ଭୁଲ ସାବ୍ୟସ୍ତ ହୋଇଛି । କୋରୋନା କାଳରେ ଭାରତ ନିଜ ଶକ୍ତି ବଢ଼ାଇଛି ।