ମହିଳା ବିରୋଧୀ ଅପରାଧ ଅକ୍ଷମଣୀୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୦୮: ଦେଶରେ ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ମୋଦି କୋଲକାତା, ବଦଲାପୁର ଓ ଆସାମରେ ଘଟିଥିବା ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇଛନ୍ତି। ମହିଳା ବିରୋଧୀ ଅପରାଧକୁ ସେ ଅକ୍ଷମଣୀୟ ପାପ ବୋଲି କହିଛନ୍ତି । ସେ କହିଛନ୍ତି, “ମହିଳାମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମୁଁ ପୁଣିଥରେ ସବୁ ରାଜ୍ୟର ସରକାରମାନଙ୍କୁ କହିବାକୁ ଚାହେଁ ଯେ ମହିଳା ବିରୋଧୀ ଅପରାଧ ଅକ୍ଷମଣୀୟ। ଅପରାଧୀ ଯିଏ ବି ହେଉଥାଉ ନା କାହିଁକି, ସେମାନଙ୍କୁ ଆଦୌ ଛଡ଼ା ଯିବା କଥା ନୁହେଁ।