ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୮/୦୧: ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ ।ଆସନ୍ତା କାଲି ଏହି ସମ୍ମିଳନୀରେ ଯୋଗଦେବାକୁ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ବିମାନବନ୍ଦର ପାଖରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମେୟର ସୁଲୋଚନା ଦାସଙ୍କ ସମେତ କିଛି କେନ୍ଦ୍ରମନ୍ତ୍ରୀ ବିମାନ ବନ୍ଦରରେ ଉପସ୍ଥିତ ଥିଲେ  ।  ଆସନ୍ତା କାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  ।  ୬୦ ଟି ଦେଶର ପ୍ରବାସୀ ଭାରତୀୟମାନେ ରାଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି ।

Leave a Reply

Your email address will not be published. Required fields are marked *