ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪/୦୫: ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚିଥିଲେ ।

ଦଶାଶ୍ୱମେଧ ଘାଟରେ ପହଁଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ବାବା କାଳ ଭୈରବଙ୍କଠାରୁ ବିଜୟର ଆଶୀର୍ବାଦ ନେଇଥିଲେ। ଏହାପରେ ସେ ଏବେ ନାମାଙ୍କନ ପତ୍ର ଦାଖଲ ପାଇଁ ଡିଏମ୍ ଅଫିସରେ ପହଞ୍ଚିଥିଲେ । ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଥିଲେ ଅମିତ ଶାହ, ରାଜନାଥ ସିଂ, ଚିରାଗ ପାସୱାନ୍ ଓ ଅନ୍ୟ ବରିଷ୍ଠ ନେତା ।