ପ୍ୟାରିସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ,୧୧/୦୨: ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ୟାରିସର ଓର୍ଲି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପହଞ୍ଚିଥିଲେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ଭାରତ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିବ । ଏହା ବିଶ୍ବନେତା ଏବଂ ବିଶ୍ବର ବୈଷୟିକ କ୍ଷେତ୍ରର ସିଇଓମାନଙ୍କ ସମାବେଶ । ବୈଠକ ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରାନ୍ସ ରାଷ୍ଟ୍ରପତି ଭାରତ-ଫ୍ରାନ୍ସ ରଣନୈତିକ ଭାଗୀଦାରି ପାଇଁ ଅଗ୍ରଗତିର ସମୀକ୍ଷା କରିବେ । ଏହାପରେ ମାର୍ସେଲିରେ ରାଜ୍ୟଗୋଷ୍ଠୀ ଯୁଦ୍ଧ ଗ୍ରେଭ୍ସ କମିଶନ ଦ୍ୱାରା ପରିଚାଳିତ ମଜାର୍ଗେସ୍ ଯୁଦ୍ଧ କବରସ୍ଥାନ ପରିଦର୍ଶନ କରି ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣ ବଳି ଦେଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।