କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ

ନୂଆଦିଲ୍ଲୀ, ୩୧/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ପ୍ରଥମ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମ ହୋଇଛି। ସେଥିରେ ଜାନୁଆରି ୨୬ ଘଟଣା ବିଷୟରେ କହିଛନ୍ତି ମୋଦି । ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖିତ ବୋଲି ସେ କହିଛନ୍ତି। କରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ । କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି ବୋଲି ମୋଦି କହିଛନ୍ତି।