ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ, କହିଲେ ୭୫ ବର୍ଷର ଉପଲବ୍ଧି ଅସାଧାରଣ

ନୂଆଦିଲ୍ଲୀ,୧୪/୧୨: ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ । ସେ କହିଛନ୍ତି ଯେ ୭୫ ବର୍ଷର ଉପଲବ୍ଧି ଅସାଧାରଣ । ଭାରତର ଲୋକତନ୍ତ୍ର ବହୁତ ସମୃଦ୍ଧ । ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ପ୍ରେରଣା । ଭାରତ ଲୋକତନ୍ତ୍ରର ଜନନୀ । ଦେଶ ତୀବ୍ର ଗତିରେ ଆଗକୁ ବଢୁଛି ।ସମ୍ବିଧାନ ନିର୍ମାତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ଆହୁରି କହିଛନ୍ତି, ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି । ଆରମ୍ଭରୁ ସମ୍ବିଧାନ ମହିଳାଙ୍କୁ ଭୋଟଦାନ ଅଧିକାର ଦେଇଛି । ଏଥିପାଇଁ ଆମେ ନାରୀଶକ୍ତି ବନ୍ଧନ ନିୟମ ପ୍ରଣୟନ କରିଛୁ । ଆଜି ଜଣେ ଆଦିବାସୀ ମହିଳା ଆମ ଦେଶର ରାଷ୍ଟ୍ରପତି । ସବୁକ୍ଷେତ୍ରରେ ମହିଳାଙ୍କ ଅବଦାନ ବଢ଼ିବାରେ ଲାଗିଛି । ସଂସଦରେ ପ୍ରତିନିଧିତ୍ୱ ବଢ଼ିଛି । ସଂସଦରୁ ବିରୋଧିଙ୍କୁ ଟାର୍ଗେଟ କରି କହିଲେ, କେତେଜଣ ବିବିଧତାରେ ବିରୋଧାଭାଷ ଖୋଜନ୍ତି । କିଛି ଲୋକ ବିବିଧତାରେ ବିଷ ମିଶାଇଛନ୍ତି ।