ଜୁନ୍ ୨୧ରୁ ସମସ୍ତଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୭/୬: ଦେଶରେ ଦିନକୁ ଦିନ କଁ ରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେଇ ଏକ ବଡ ଘୋଷଣା କରିଛନ୍ତି। ସେ ଜୁନ୍ ୨୧ରୁ ସମସ୍ତଙ୍କୁ ମାଗଣା ଟିକା ଦେବା ନେଇ ଘୋଷଣା କରିଛନ୍ତି। ସବୁ ରାଜ୍ୟକୁ ମାଗଣାରେ କେନ୍ଦ୍ର ସରକାର ଯୋଗାଇବେ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମାଗଣାରେ ଟିକା ଦେବ କେନ୍ଦ୍ର । ଏହାସହ ଦୀପାବଳି ଯାଏ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦିଆଯିବ। ପ୍ରଧାନମନ୍ତ୍ରୀ ଗରିବ ଗଲ୍ୟାଣ ଯୋଜନା ନଭେମ୍ବର ଯାଏ ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।