କରୋନା ଚାଲିଗଲା ବୋଲି ଭାବିବା ଭୁଲ୍, ସତର୍କ ରୁହନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ା୧୦: ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ କରୋନା ଯୋଗୁ ଦେଶବାସୀ ଲମ୍ବା ତାଲାବନ୍ଦର ସମ୍ମୁଖୀନ ହୋଇଛନ୍ତି । ତାଲାବନ୍ଦ ସରିଛି କିନ୍ତୁ କରୋନା ଭୂତାଣୁ ଯାଇନାହିଁ । ଏବେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ମୃତ୍ୟୁହାର ମଧ୍ୟ କମିଛି ଓ ସୁସ୍ଥ ହାର ବଢ଼ିଛି । ତେବେ ଏବେ ଧୀରେ ଧୀରେ ଆର୍ଥିକ ଗତି ବଢ଼ିବାରେ ଲାଗିଛି । ପ୍ରତି ୧୦ଲକ୍ଷରେ ଭାରତରେ ମୃତ୍ୟୁ ୮୩ ରହିଛି । ଏହା ଆମେବରିକା, ବ୍ରାଜିଲ ଭଳି ଦେଶ ଅପେକ୍ଷା କମ ରହିଛି । ଦେଶରେ ଧିରେ ଧିରେ ଟେଷ୍ଟିଂ ହାର କ୍ରମାଗତ ଭାବେ ବଢ଼ୁଛି । ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ । ମାସ୍କ ପିନ୍ଧିବା ସହ ସତର୍କ ରହିବା ଜରୁରୀ । ଅନ୍ୟପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ପାଇଁ ୯୦ଲକ୍ଷ ବେଡ଼ ଉପଲବ୍ଧ ରହିଛି । କରୋନା ଚାଲିଗଲା ବୋଲି ଭାବି ସତର୍କ ରହିବା ଛାଡ଼ି ଦିଅନ୍ତୁ ନାହିଁ । କରୋନା ଟିକା ଆଣିବା ପାଇଁ ଭାରତରେ ଲଗାତାର ପ୍ରୟାସ ଜାରି ରହିଛି । ତେଣୁ ଟିକା ନଆସିବା ଯାଏଁ ସତର୍କତା ଅବଲମ୍ବନ କରନ୍ତୁ  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।