ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୮/୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମ ରେ ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ ବୋଲି କହିଛନ୍ତି। କାରଣ ଜଳ ଆମ ପାଇଁ ପ୍ରକୃତିର ଏକ ଉପହାର । ଜଳ ଆମମାନଙ୍କ ପାଇଁ ଜୀବନ ଓ ଆସ୍ଥା ବୋଲି ସେ କହିଛନ୍ତି। ସେହିପରି ଆତ୍ମନିର୍ଭର ଭାରତର ମନ୍ତ୍ର ଗାଁ ଗାଁରେ ପହଞ୍ଚିଛି । ନିଜ ଦେଶର ସାମଗ୍ରୀକୁ ନେଇ ଗର୍ବ କରିବା ଆବଶ୍ୟକ ରହିଛି।କୋଭିଡକୁ ନେଇ ଯାହା ନିୟମ ଅଛି ତାହା ମାନିବା ଉଚିତ୍ ଓ ଦେଶର ଯୁବଶକ୍ତି ନିଜ କ୍ଷେତ୍ରରେ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।