ଆଜି ଡାଭୋସ୍‌ରେ ବିଶ୍ବ ଅର୍ଥନୈତିକ ଫୋରମ୍‍ ଆଲୋଚନା

ନୂଆଦିଲ୍ଲୀ, ୨୮/୧: ଆଜି ଡାଭୋସ୍‌ରେ ବିଶ୍ବ ଅର୍ଥନୈତିକ ଫୋରମ୍‍ ଆଲୋଚନା ହେବ। ଏହି ଆଲୋଚନା ରେ ଭିସି ଜରିଆରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋରମ୍‌ରେ ସାମିଲ ହେବେ ବିଶ୍ବର ୪୦୦ରୁ ଅଧିକ ଉଦ୍ୟୋଗପତି। ଚତୁର୍ଥ ଶିଳ୍ପ ବିପ୍ଳବରେ ବୈଷୟିକ ଜ୍ଞାନର ବ୍ୟବହାର ନେଇ ଆଲୋଚନା ହେବ। କୋଭିଡ ପର ଅର୍ଥନୀତି ବିକାଶ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ବୋଲି ସୂଚନା ମିଳିଛି।